ଭୁବନେଶ୍ୱର: ଜାନୁଆରୀ ୧୦ରୁ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଲୋକ ଭବନ ଉଦ୍ୟାନ ଖୋଲିବ I ଭୁବନେଶ୍ୱରର ଲୋକ ଭବନ ଉଦ୍ୟାନ (ରାଜ ଭବନ ଉଦ୍ୟାନ) ଜାନୁଆରୀ ୧୦ରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୬.୧୫ ସାଧାରଣ ଜନତା ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ପାଇଁ ଖୋଲା ରହିବ। ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। କେବଳ ଲୋକଭବନ ଉଦ୍ୟାନ ଭିଜିଟ୍ ମୋବାଇଲ୍ ଆପ୍ ମାଧ୍ୟମରେ ପ୍ରବେଶ ଅନୁମତି ନେଇ ଯାଇପାରିବେ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଲିଖିତ ଅନୁରୋଧ ଆଧାରରେ ସକାଳ ୮.୩୦ ରୁ ସକାଳ ୧୦.୩୦ ପର୍ଯ୍ୟନ୍ତ ପରିଦର୍ଶନ କରିପାରିବେ I ସ୍କୁଲ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୁଲ ପୋଷାକ ଏବଂ ସ୍କୁଲ ପରିଚୟପତ୍ର ସହିତ ଉଦ୍ୟାନରେ ବୁଲିପାରିବେ I