ବ୍ୟରୋ :ଆମେରିକାର ଆକ୍ରମଣ ପରେ ଭେନଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋର ଏବେ ଆମେରିକାରେ ବନ୍ଦୀ । ତାଙ୍କୁ ଏବେ ଆମେରିକା ଅଦାଲତରେ ବିଚାରର ସମ୍ମୁଖୀନ ହେବାକୁ ପଡିବ । ତେବେ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆଙ୍କର ଦୀର୍ଘ ବର୍ଷ ଧରି ଭାରତ ସହ ସଂପର୍କ ରହିଥିବା ଜଣାପଡିଛି । ଭାରତର ଆଧ୍ୟାତ୍ମିକ ଗୁରୁ ସତ୍ୟସାଇ ବାବାଙ୍କ ସେ ଜଣେ ବଡ ଭକ୍ତ । ସତ୍ୟସାଇ ବାବା ଜୀବିତ ଥିବା ବେଳେ ସେ ଓ ତାଙ୍କ ପତ୍ନୀ 2005 ରେ ଭାରତ ଆସି ପୁଟପର୍ତ୍ତୀ ସତ୍ୟସାଇ ଆଶ୍ରମରେ ସାଇବାବାଙ୍କୁ ଦର୍ଶନ କରିଛନ୍ତି । ସେ ତାଙ୍କ ମିରାଫ୍ଲୋର ପ୍ରାସାଦରେ ମଧ୍ୟ ସାଇବାବାଙ୍କ ଏକ ବଡ ଫଟୋଚିତ୍ର ଲଗାଇଛନ୍ତି । 2011ରେ ସାଇବାବାଙ୍କ ଦେହାନ୍ତ ସମୟରେ ମାଦୁରୋ ଭେନଜୁଏଲାର ବୈଦେଶିକ ମନ୍ତ୍ରୀ ଥିଲେ । ସେତେବେଳେ ତାଙ୍କ ନେତୃତ୍ବରେ ଭେନଜୁଏଲା ଆସେମ୍ଲିରେ ଏକ ଶୋକସଭା କରାଯାଇଥିଲା । ଏପରିକି ଭେନଜୁଏଲାରେ ସାଇବାବାଙ୍କ ଦେହାନ୍ତକୁ ରାଷ୍ଟ୍ରୀୟ ଶୋକଦିବସ ଭାବେ ପାଳନ କରାଯାଇଥିଲା ।