
ଭୁବନେଶ୍ୱର: ବାଂଲାଦେଶର ଜଣେ ହିନ୍ଦୁ ବ୍ୟବସାୟୀ ଶରିୟତପୁର ଜିଲ୍ଲାରେ ଅଜ୍ଞାତ ଆକ୍ରମଣକାରୀଙ୍କ ନିର୍ମମ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି I ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟବସାୟୀ ଖୋକନ ଦାସଙ୍କୁ ହତ୍ୟା କରାଯାଇଛି I ତାଙ୍କୁ ଗତ ୧ ତାରିଖରେ ଛୁରି ଭୁସି ନିଆଁ ଲଗାଇ ଦେଇଥିଲେ,ଢାକାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି I ମୃତକ ହେଲେ ବ୍ୟବସାୟୀ ଖୋକନ ଦାସ I ପୀଡିତ ଖୋକନ ଚନ୍ଦ୍ର ଦାସ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ବାଂଲାଦେଶ ହିଂସାରେ ଚତୁର୍ଥ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି I ପୂର୍ବରୁ ଦୀପୁ ଦାସ, ଅମୃତ ମଣ୍ଡଳ, ବଜେନ୍ଦ୍ର ବିଶ୍ବାସ ବାଂଲାଦେଶରେ ପ୍ରାଣ ହରାଇଥିଲେ I
