
ଭୁବନେଶ୍ୱର: ଅବତରଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ I ରାଉରକେଲାର ରଘୁନାଥପାଲିରେ ବିମାନ କ୍ରାସ୍ ହୋଇଛି I ଏହି ଦୁର୍ଘଟଣାରେ ପାଇଲଟ ସହ 6 ଗୁରୁତର ହୋଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି I ୯ ସିଟର ବିମାନ ରାଉରେକଲାରୁ ଭୁବନେଶ୍ବର ଆସିଥିବା ସମୟରେ ଘଟିଛି ଏହି ଦୁର୍ଘଟଣାଗ୍ରସ୍ତ I ୧୦ କିମି ଉଡାଣ ପରେ ଦୁର୍ଘଟଣା ହୋଇଥିବା ପରିବହନ ମନ୍ତ୍ରୀ କହିଛନ୍ତି I ‘ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ହୋଇଥିବା ସନ୍ଦେହ’ କରାଯାଉଛି ତେଣୁ ‘କେମିତି ଦୁର୍ଘଟଣା ହେଲା ତାର ତଦନ୍ତ ହେବ’ ବୋଲି ମନ୍ତ୍ରୀ କହିଛନ୍ତି I ବିମାନରେ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରିଉ ସଦସ୍ୟ ଥିଲେ I ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲଙ୍କ ସହ ୨ କ୍ରିଉ ସଦସ୍ୟ- କ୍ୟାପ୍ଟେନ ନବୀନ କାଡ଼ଙ୍ଗା, କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ମଧ୍ୟ ଏହି ଦୁର୍ଘଟଣାରେଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି I
