ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରେ ଆଉ ଏକ ବସ୍ ଦୁର୍ଘଟଣା ଘଟିଛି। ଗୁରୁବାର ଭୋର ସମୟରେ ଆନ୍ଧ୍ରପ୍ରଦେଶର ନାନ୍ଦୟାଲ୍ ଜିଲ୍ଲାରେ ଏକ ଘରୋଇ ବସ୍ ଏବଂ ଏକ କଣ୍ଟେନର ଲରି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର, ଟ୍ରକ୍ ଡ୍ରାଇଭର ଏବଂ କ୍ଲିନରଙ୍କ ମୃତ୍ୟୁ ହୋଇଛି ଏବଂ ବସ୍‌ରେ ଥିବା 36 ଜଣ ଯାତ୍ରୀ ଅଳ୍ପକେ ବଞ୍ଚି ଯାଇଛନ୍ତି।ଟାୟାର ଫାଟିବାରୁ, ନିୟନ୍ତ୍ରଣ ହରାଇ ଡିଭାଇଡର୍ ପାର ହୋଇ ଲରି ସହିତ ଧକ୍କା ହୋଇଥିଲା। ବସ୍ ଡ୍ରାଇଭର ଏବଂ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ଏବଂ କ୍ଲିନର ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ; ୩୬ ଜଣଙ୍କ ମଧ୍ୟରୁ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ପୋଲିସ ତଦନ୍ତ କରୁଛି।