youtube placeholder image

 କୋଲକତା ସଲ୍ଟ ଲେକ୍ ଷ୍ଟାଡିୟମରେ ଭୟଙ୍କର ବିଶୃଙ୍ଖଳା । ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କୁ ଦେଖିବା ପାଇଁ ଆସିଥିବା ହଜାର ହଜାର ଲୋକ ରାଗି ପାଚି ଲାଲ୍ । ଷ୍ଟାଡିୟମ ଭିତରକୁ ମାତ୍ର ଦଶ ମିନିଟ ପାଇଁ ଆସିଥିବା ମେସିଙ୍କୁ ଦେଖି ନ ପାରି ଷ୍ଟାଡିୟମରେ ହଙ୍ଗାମା କରିଥିଲେ ଲୋକେ । ଯିଏ ଯାହା ପାଇଲା, ଷ୍ଟାଡିୟମ ଭିତରକୁ ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ପାଣି ବୋତଲ ଓ ଭଙ୍ଗା ଚେୟାର ମାଡରେ ଯିଏ ୟୁଆଡେ ପାରିଲେ ଧାଇଁବାକୁ ଲାଗିଥିଲେ । ମେସିଙ୍କ ସହ ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ଆସିବାର ଥିଲେ ବି ସେ ଆସି ନ ଥିଲେ । ତେଣୁ ବାରହଜାର ଟଙ୍କା ଦେଇ ଟିକେଟ କିଣିଥିବା ଉତ୍ତ୍ୟକ୍ତ ଲୋକେ ଷ୍ଟାଡିୟମ ଭିତରେ ତାଣ୍ଡବ ରଚିଥିଲେ । ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ବିଶୃଙ୍ଖଳିତ ଦର୍ଶକଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀ ବି ଫେଲ୍ ମାରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଷ୍ଟାଡିୟମ ଭିତରକୁ ଯାଇ ନ ପାରି ଫେରି ଯାଇଥିଲେ । ଷ୍ଟାଡିୟମ ବିଶୃଙ୍ଖଳାକୁ ନେଇ ସେ କ୍ଷମା ପ୍ରାର୍ଥନା କରିବା ସହ ଘଟଣାର ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା କରାଯିବ ବୋଲି କହିଛନ୍ତି ।