ଭୁବନେଶ୍ୱର : ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଲାଗିଛି I ଭାରତରୁ ତାର ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ ସ୍ଥାନାନ୍ତର କରିବାକୁ ଆଇସିସି ନିକଟରେ କରିଥିବା ଲିଖିତ ଦାବି ଖାରଜ ହୋଇଛି । ବିସିବି ଅନୁରୋଧ ଉପରେ ବଡ଼ ନିଷ୍ପତ୍ତି ଶୁଣାଛନ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଭାରତରେ ମ୍ୟାଚ ଖେଳ ନଚେତ୍ ପଏଣ୍ଟ କାଟ ବୋଲି ଅଲିମେଟମ୍ ଦେଇଛି ଆଇସିସି । ଆଇପିଏଲରୁ ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁର ରେହମାନ ବିଦା ହେବା ପରେ ବିସିସିଆଇ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ଉପୁଜିଥିଲା । ଭାରତରେ ଖେଳିବାକୁ ଚାହିଁନଥିଲା ବାଂଲାଦେଶ । ନିଜ ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲା ବିସିବି । କାରଣ ଭାରତ ଓ ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ବିଶ୍ୱକପର ମିଳିତି ଆୟୋଜକ ରହିବେ । ଟି-ଟ୍ୱେଣ୍ଟି ବିଶ୍ୱକପକୁ ଆଉ ୩୦ ଦିନ ବାକି ଅଛି । ଫେବୃଆରୀ ୭ରୁ ଆରମ୍ଭ ହେବ ବିଶ୍ୱକପ ମୁକାବିଲା । ଏତେ କମ ସମୟ ମଧ୍ୟରେ ମ୍ୟାଚ ସ୍ଥାନ ବଦଳାଇବା ସମ୍ଭବ ନୁହେଁ । ଏଥିପାଇଁ ସିଡ୍ୟୁଲିଂ, ଲଜିଷ୍ଟିକ୍ସ ଆଦିର ବିଭିନ୍ନ ସମସ୍ୟା ରହିଛି । ତେଣୁ ଆଇସିସି ବାଂଲାଦେଶର ଆବେଦନକୁ ଖାରଜ କରିଛି । ବାଂଲାଦେଶକୁ ଭାରତରେ ଖେଳିବାକୁ ହେବ ନଚେତ୍ ପଏଣ୍ଟ କାଟିବାକୁ ହେବ ବୋଲି ଆଇସିସି ଚେତାବନୀ ଦେଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବଢିବାରେ ଲାଗିଛି । ବାଂଲାଦେଶୀ ହିନ୍ଦୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି । ଦିନକୁ ଦିନ ଏହି ତାଲିକା ବଢିବାରେ ଲାଗିଛି । ଏହାକୁ ଭାରତରେ ବିରୋଧ କରାଯାଇଛି । ଏହି ସମୟରେ ଆଇପିଏଲରେ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ଖେଳାଯିବାକୁ ନେଇ ବିରୋଧ କରାଯାଇଥିଲା । ଏହାପରେ କେକେଆରକୁ ମୁସ୍ତାଫିଜୁରଙ୍କୁ ହଟାଇବାକୁ ବିସିସିଆଇ ନିର୍ଦ୍ଦେଶ ଦେଇଥିଲା । ତୁରନ୍ତ କୋଲକାତା ନାଇଟ୍ ରାଇଡର୍ସ ମୁସ୍ତାଫିଜୁରଙ୍କୁ ବାହର କରିଥିଲା । ଏହାପରେ ଫେବୃଆରୀରେ ହେବାକୁ ଥିଲା ଟ-ଟ୍ୱେଣ୍ଟି ବିଶ୍ୱକପ ଭାରତରେ ଖେଳିବ ନାହିଁ ବୋଲି ଦାବି କରିଥିଲା ବାଂଲାଦେଶ କ୍ରିକେଟ ବୋର୍ଡ । ଏହାକୁ ନେଇ ଆଇସିସି ନିକଟରେ ଲିଖିତ ଆବେଦନ କରିଥିଲା । ଖାଲି ସେତିକି ନୁହେଁ ବାଂଲାଦେଶରେ ଆଇପିଏଲ ପ୍ରସାରଣ ମଧ୍ୟ ନିଷିଦ୍ଧ ହୋଇଛି । କେକେଆର ରେହମାନଙ୍କୁ ୯ କୋଟି ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଆଇସିସିର ବଡ଼ ନିଷ୍ପତ୍ତି ପରେ ଭାରତରେ ଖେଳିବା ଛଡା ବାଂଲାଦେଶ ପାଖରେ ଆଉ କିଛି ବାଟ ନାହିଁ ।