ଭୁବନେଶ୍ୱର: ଦେଶରେ ପ୍ରଦୂଷଣ ରେକର୍ଡ ଭାଙ୍ଗିଲା ଓଡ଼ିଶା। ତାଳଚେର ଓ ଅନୁଗୋଳ ଦେଶର ସବୁଠୁ ପ୍ରଦୂଷିତ ସହର ପାଲଟିଛି। AQI ଅତିଖରାପ ସ୍ତରରେ ଥିବା ଦେଶର ୬ ସହର ମଧ୍ୟରେ ଓଡ଼ିଶାର ୪ ସହର ରହିଛି। ୩୫୫ AQI ସହ ତାଳଚେର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ଅନୁଗୋଳରେ AQI ୩୨୯, ବାରିପଦାରେ AQI ୩୨୪, କଟକରେ AQI ୩୦୪ ଓ ଭୁବନେଶରର AQI ୩୦୨ ରହିଛି। ପ୍ରଦୂଷଣ ଏବେ ରାଜ୍ୟ ତଥା ଦେଶ ବିଦେଶରେ ମଧ୍ୟ ମୁଖ୍ୟ ସମସ୍ୟା ପାଲଟିଛି I ତାଳଚେର ଓ ଅନୁଗୋଳରେ ବିଭିନ୍ନ କଳକାରଖାନା, ଟ୍ରକ & କୋଇଲା ବୋଝେଇ ଗାଡି ମାତ୍ରାଧିକ ବ୍ୟବହାର ,ଗଢି ଉଠିଥିବା ଛୋଟ ଛୋଟ ଶିଳ୍ପ, ଉନ୍ନତିକରଣ ନମ୍ର ନାମରେ ଗଛ କଟା ହେଉଛି ମୁଖ୍ୟ କାରଣ ପ୍ରଦୂଷଣ ବଢ଼ିବାରେ I