ଭୁବନେଶ୍ୱର : କାଲି ଚଳିତବର୍ଷର ପ୍ରଥମସୁପରମୁନ୍‌’ ଦେଖିବାକୁ ମିଳିବ I ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ପୌଷ ପୂର୍ଣ୍ଣମୀର ପ୍ରଥମ ସୁପରମୁନ'ଭାବରେ ଦେଖାଯିବ Iକାଲି ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ।୨୦୨୬ ମସିହାର ଦ୍ବିତୀୟସୁପରମୁନ’ ନଭେମ୍ବର ୨୪ରେ ଓ ପୁଣି ଶେଷ `ସୁପରମୁନ’ ଡିସେମ୍ବର ୨୩ ତାରିଖରେ ଦେଖାବାକୁ ମିଳିବ I ଚଳିତ ବର୍ଷ ୩ଟି ସୁପରମୁନ୍‌ ସହ ୩ଟି ମାଇକ୍ରୋମୁନ୍‌ ମଧ୍ୟ ଦେଖିବାକୁ ମିଳିବ I ଚଳିତ ବର୍ଷ ମେ’ ୧, ମେ’ ୩୧ ଏବଂ ଜୁନ୍ ୨୯ରେ ‘ମାଇକ୍ରୋମୁନ’ ଦେଖାଯିବର ସମ୍ଭାବନା ରହିଛି I