ଭୁବନେଶ୍ୱର: ଆସାମ ଏବଂ ଉତ୍ତର-ପୂର୍ବର ଅନ୍ୟାନ୍ୟ ଅଂଶରେ ରିକ୍ଟର ସ୍କେଲରେ 5.1 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ସକାଳ 4:17 ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ର ଆସାମ ମୋରିଗାଓଁ ଜିଲ୍ଲା ନିକଟରେ ରେକର୍ଡ କରାଯାଇଛି। ମୋରିଗାଓଁ ଏବଂ ନିକଟବର୍ତ୍ତୀ ଜିଲ୍ଲା ସମେତ କେନ୍ଦ୍ରୀୟ ଆସାମର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଥଣ୍ଡା ଏବଂ ଘନ କୁହୁଡ଼ି ମଧ୍ୟରେ ଘରୁ ବାହାରକୁ ବାହାରି ଆସିଥିବା ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଭୂମିକମ୍ପର କେନ୍ଦ୍ରବିନ୍ଦୁ 50 କିଲୋମିଟର ଗଭୀରତାରେ ଥିଲା I ଏହି ଭୂମିକମ୍ପ ରେ କୌଣସି କ୍ଷୟ କ୍ଷତି ହୋଇନଥିବାର ସୂଚନା ମିଳିଛି I