ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ସଂଘର୍ଷ ଜାରି ରହିଥିବା ବେଳେ ବିବାଦୀୟ ସୀମାଞ୍ଚଳରେ ଭଗବାନ ବିଷ୍ଣୁଙ୍କ ଏକ ପ୍ରତିମାକୁ ନଷ୍ଟ କରିଦିଆଯାଇଛି । ସମ୍ବାଦ ସଂସ୍ଥା AFP ର ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରତିମା ଆନ୍ ସେସ୍ ଅଞ୍ଚଳରେ କାମ୍ବୋଡିଆ ଭୂଭାଗ ମଧ୍ୟରେ ଅବସ୍ଥିତ ଥିଲା। 2014 ମସିହାରେ ନିର୍ମିତ ବିଷ୍ଣୁ ପ୍ରତିମାଟିକୁ ଗତ ସୋମବାର ଦିନ ଧ୍ୱଂସ କରାଯାଇଥିବା ଜଣାପଡିଛି । ଥାଇଲ୍ୟାଣ୍ଡ ସୀମାରୁ ଏହା ପ୍ରାୟ 100 ମିଟର (328 ଫୁଟ୍) ଦୂରରେ ଥିଲା। ବୌଦ୍ଧ ଓ ହିନ୍ଦୁ ଭକ୍ତମାନେ ପୂଜା କରୁଥିବା ପ୍ରାଚୀନ ମନ୍ଦିର ଓ ପ୍ରତିମାଗୁଡ଼ିକୁ ଧ୍ୱଂସ କରାଯିବା ଘଟଣାକୁ ଆମେ କଠୋର ଭାବେ ନିନ୍ଦା କରୁଛୁ ବୋଲି ପ୍ରେଆହ୍ ୱିହିଆରର ପ୍ରବକ୍ତା ଲିମ୍ ଚାନପନ୍ହା କହିଛନ୍ତି । ବିଷ୍ଣୁ ପ୍ରତିମାକୁ ଧ୍ୱଂସ କରାଯାଉଥିବା ଭିଡିଓଗୁଡ଼ିକ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । କାମ୍ବୋଡିଆ ଓ ଥାଇଲ୍ୟାଣ୍ଡ ମଧ୍ୟରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ପରେ, ବିବାଦିତ ସୀମାଞ୍ଚଳରେ ଏକ ହିନ୍ଦୁ ବିଷ୍ଣୁ ପ୍ରତିମା ଧ୍ୱଂସ କରାଯାଇଥିବାରୁ କାମ୍ବୋଡିଆ ଥାଇ ସେନାକୁ ନିନ୍ଦା କରିଛି। କାମ୍ବୋଡିଆ କହିଛି, ଏହି ପ୍ରତିମାଟି ଏକ ଧାର୍ମିକ ସ୍ଥଳ ଥିଲା, ଯେଉଁଠାରେ ବୌଦ୍ଧ ଓ ହିନ୍ଦୁ ଭକ୍ତମାନେ ପୂଜା କରୁଥିଲେ। ସୂଚନାଯୋଗ୍ୟ, 16 ଦିନ ଧରି ହୋଇଥିବା ଭୟାବହ ସୀମା ସଂଘର୍ଷରେ ପ୍ରାୟ 86 ଜଣଙ୍କ ମୃତ୍ୟୁ ଘଟିଛି ।
Dec 25, 2025
#odia, #odisha, #thailand-cambodia war, #utkal tv, #utkaltv, #utkaltv24x
