ଭୁବନେଶ୍ୱର : ଜନଗଣନା ନେଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ I ଜିଲ୍ଲାପାଳଙ୍କ ସହ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ I ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା I ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ ସୂଚନା ଦେଲେ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ I ୨୦୨୭ ଫେବୃଆରୀରେ ଓଡ଼ିଶାରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା’ I ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ଗଣନା ହେବ’ I ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ହେବ ଜନଗଣନା’ I ସେଥିଲାଗି ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ’ I ଏଥିଲାଗି ଜଣେ ଚାହିଁଲେ ନିଜ ତଥ୍ୟ ୱେବସାଇଟରେ ମଧ୍ଯ ପଞ୍ଜିକୃତ କରିପାରିବେ’ I ଏପ୍ରିଲରୁ ମେ ଭିତରେ ପ୍ରଥମ ପର୍ଯ୍ୟାୟ ଜନଗଣନା କରାଯିବ I ୨୦୦ ଘରର ଜନଗଣନା କରିବେ ଜଣେ ଅଧିକାରୀ I ଚଳିତ ଥର ହେବ ଡିଜିଟାଲ ଗଣନା କରାଯିବ ବୋଲି ସୂଚନା ଦେଲେ ନିର୍ଦ୍ଦେଶକ I