ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପାନ୍ନା ଆଜି ଅବସର ଘୋଷଣା କରିଛନ୍ତି। ସେ ପ୍ରତିଯୋଗିତା ମୂଳକ ଟେନିସକୁ ଅଲବିଦା କହିଛନ୍ତି। ବୋପାନ୍ନାଙ୍କ ଅବସର ସହ ଦୀର୍ଘ ୨ ଦଶନ୍ଧି ଧରି ଟେନିସ ସହ ଜଡ଼ିତ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ୨୦ ବର୍ଷ ଧରି ଭାରତ ପାଇଁ ଖେଳି ଆସୁଥିଲେ। ଶେଷଥର ପାଇଁ ପ୍ୟାରିସ ମାଷ୍ଟର ୧୦୦୦ରେ ବୋପାନ୍ନାଙ୍କୁ ଦେଖିବାକୁ ମିଳିଥିଲା। ଭାରତର ଅନ୍ୟତମ ସଫଳ ଟେନିସ ଖେଳାଳି ଭାବେ ବୋପାନ୍ନା ବେଶ ପରିଚିତ। ଡବଲ୍ସ ଓ ମିକ୍ସଡ ଡବଲ୍ସରେ ସେ ନିଜର ଛାପ ଛାଡ଼ିଛନ୍ତି।

youtube placeholder image