
ଭୁବନେଶ୍ବର :ଭୁବନେଶ୍ବରରେ ୧୫ଟି ଚାର୍ଜିଙ୍ଗ ଷ୍ଟେସନ ଉଦ୍ଘାଟିତ ହୋଇଛି I ୧୪ଟି ନୂତନ ଅଟଳ ବସ୍ଷ୍ଟାଣ୍ଡ ଲୋକାର୍ପିତ ହୋଇଛି I ରାଜ୍ୟ ସଡକ ପରିବହନ ନିଗମର ବସ୍ ପାଇଁ ସ୍ମାର୍ଟ କାର୍ଡର ଶୁଭାରମ୍ଭ, ଯାତ୍ରୀମାନେ କାଟିବେ କ୍ୟାସଲେସ୍ ଟିକେଟ୍ I
ସଡକ ପରିବହନ ନିଗମରେ ୪୬ କୋଟି ଟଙ୍କାରେ ୧୦୦ଟି ନୂତନ BS-6 ବସ୍ ସାମିଲ୍ ହେଲା I ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି I ୯୫୨ କୋଟି ଟଙ୍କାରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ନୂଆ ଏଲିଭେଟେଡ୍ କରିଡରର ଭିତ୍ତିପ୍ରସ୍ତର ସ୍ଥାପିତ, ୩୬୨୩ କୋଟି ଟଙ୍କା ଅଟକଳରେ ନୂଆ ଲୋକସେବା ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି I ସଡକ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ୪ଟି ‘E’ ନୀତି ଗ୍ରହଣ କରିବାକୁ ପରାମର୍ଶ ଦେବା ସହିତ ଆଉ ୨ଟି ‘E’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଆରୋପ- ଏନ୍ଭିରନ୍ମେଣ୍ଟ, ଇଭାଲ୍ୟୁଏସନ୍ ଉପରେ ଗୁରୁତ୍ୱ ଦେଇଛନ୍ତି I କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ, ଗୋଟେ ପଟୁ ଗାଡି ଆସୁଥିଲେ ଆରପଟୁ ସାଇରନ୍ ବାଜିବ I
