ଭୁବନେଶ୍ୱର : ବଦଳିଲା ବନ୍ଦେ ଭାରତ ଟ୍ରେନର ନିୟମ I ଏଥର ଆପଣ ବନ୍ଦେ ଭାରତ ରେଳରେ ଯାତ୍ରା ସମୟରେ ଲୋକାଲ ଖାଦ୍ୟର ମଜା ନେଇପାରିବେ I ତେଣୁ ଭାରତୀୟ ରେଳବାଇ ବନ୍ଦେ ଭାରତ ଟ୍ରେନଗୁଡ଼ିକରେ ଆଞ୍ଚଳିକ ଖାଦ୍ୟ ପ୍ରଚଳନ କରିବାର ବ୍ୟବସ୍ଥା କରିଛି। ଯାତ୍ରୀମାନେ ସେମାନଙ୍କ ଟ୍ରେନ ସିଟ୍‌ର ଆରାମରେ ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ପଶ୍ଚିମବଙ୍ଗ, କେରଳ, ବିହାର ଏବଂ କାଶ୍ମୀରର ଆଞ୍ଚଳିକ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇପାରିବେ।

🔹 ମହାରାଷ୍ଟ୍ର – କାନ୍ଦା ପୋହା, ମସାଲା ଉପମା |
🔹 ଆନ୍ଧ୍ରପ୍ରଦେଶ – ଆନ୍ଧ୍ର କୋଡି କୁରା |
🔹 ତେଲେଙ୍ଗାନା – ଡୋଣ୍ଡାକାୟା କରାମ ପୋଡି ଫ୍ରା |
🔹ଗୁଜୁରାଟ – ମେଥୀ ଥପ୍ଲା, ମସାଲା ଲାଉକି |
🔹 ଓଡ଼ିଶା – ଆଲୁ ଫୁଲକୋପି |
🔹 କେରଳ – ଆପାମ, କଡାଲା କ୍ୟୁରୀ, ପାଲାଡା ପାୟାସମ୍ ଏବଂ ଅଧିକ |
🔹 ପଶ୍ଚିମବଙ୍ଗ – କୋଶା ପାନୀର, ମୁର୍ଗିର ଝୋଲ, ଆଲୁ ପୋଟୋଲ ଭଜା |
🔹 ବିହାର – ଚମ୍ପରନ୍ ପାନେର୍, ଚମ୍ପରନ୍ ଚିକେନ୍ |
🔹 ଜାମ୍ମୁ କାଶ୍ମୀର – ଅମ୍ବାଲ କଡୁ, ଟମାଟୋ ଚମାନ, କେସର ଫିରନି |